ଆଉ ରାଜନୀତି କରିପାରିବେ ନାହିଁ ନୱାଜ ସରିଫ

0
58

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଆଉ ନିର୍ବାଚନ ଲଢ଼ିପାରିବେ ନାହିଁ। ଶୁକ୍ରବାର ପାକିସ୍ତାନ ସୁପ୍ରିମକୋର୍ଟ ନଓ୍ବାଜଙ୍କ ନିର୍ବାଚନ ଲଢ଼େଇ ଉପରେ ଆଜୀବନ ବାସନ୍ଦ ବ୍ୟବସ୍ଥା ଲାଗୁ କରିଛନ୍ତି। କୋର୍ଟଙ୍କର ଏହି ଐତିହାସିକ ରାୟ ପରେ ପାକିସ୍ତାନ ରାଜନୀତି ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ସାମ୍ବିଧାନିକ ଧାରା ୬୨(୧)(ଏଫ୍‌) ଜରିଆରେ ନଓ୍ବାଜଙ୍କ ଉପରେ ଏହି ବାସନ୍ଦ ବ୍ୟବସ୍ଥା ଲାଗୁ କରାଯାଇଛି। ଏହାସହ ସେ ତାଙ୍କ ଦଳର ଅଧ୍ୟକ୍ଷ ପଦରେ ମଧ୍ୟ ରହିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ନିର୍ବାଚନ ନାମାଙ୍କନ ପତ୍ରରେ ଭୁଲ ତଥ୍ୟ ଦେଇ ଭ୍ରମିତ କରିବା ସହିତ ସରିଫ ଭ୍ରଷ୍ଟାଚାର କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ପଦରୁ ନିଲମ୍ବତି ହୋଇସାରିଥିଲେ।

LEAVE A REPLY

Please enter your comment!
Please enter your name here