ଆଗକୁ ଆଳୁ ଦର ୪୦ ଛୁଇଁପାରେ: ମନ୍ତ୍ରୀ

0
190

ଏବେ ଆଳୁ ଦର ବଢିବାରେ ଲାଗିଛି l ସପ୍ତାହକ ତଳେ ଆଳୁ ଦର ଥିଲା ୭/୮ ଟଙ୍କା। ଏବେ ଦୁଇ ଗୁଣ ବଢ଼ି ୧୫ ଛୁଇଁଲାଣି। ଏତିକିରେ ସୀମିତ ରହିବନି ଆଳୁ ଦର। ଆହୁରି ବଢ଼ିବ। ଏପରିକି ୩/୪ ମାସ ଭିତରେ ୪୦ ଛୁଇଁଯାଇପାରେ। ।ଦେଶରେ ଆଳୁ ଉତ୍ପାଦନ ଭଲ ହୋଇ ନ ଥିବାରୁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତ ହୋଇ ସାରିଛନ୍ତି ବୋଲି ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ଶ୍ରୀ ପାତ୍ର ସୂଚନା ଦେଇଛନ୍ତି, ଗ୍ରାହକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାର ପଦକ୍ଷେପ ନେଉଛନ୍ତି। ନାଫେଡ୍‌ ଜରିଆରେ ଆଗୁଆ ଆଳୁ କିଣି ମହଜୁଦ୍‌ ରଖିବାକୁ ଯୋଜନା କରାଯାଉଛି।

LEAVE A REPLY

Please enter your comment!
Please enter your name here