ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

0
31

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣଙ୍କ ପାଇଁ ୪ ଘଂଟା ପାଇଁ ବନ୍ଦ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ଦତମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁମାନଙ୍କର ଶ୍ରୀମୁଖ ସିଂହାର କରିବେ ଏବି ଦତମହାପାତ୍ର ସେବକ ।

 

ବନକଲାଗି ନୀତି ପ୍ରତି ସପ୍ତାହରେ ବୁଧବାର କିମ୍ବା ଗୁରୁବାର ଦିନ ମଧ୍ୟାହ୍ନ ଧୂପ ପରେ ବିଗ୍ରହମାନଙ୍କୁ ବନକଲାଗି କରାଯାଏ । ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଁଥ ଅଠା, କସ୍ତୂରୀ, କଜ୍ଜଳ, ଓ ତେଲର ସମ୍ମିଶ୍ରଣରେ ବନକ ପ୍ରସ୍ତୁତ କରାଯାଏ । ଦତ୍ତମାହାପାତ୍ର ସେବାୟତ ମାନେ ବନକଲାଗି କରିଥାଆନ୍ତି । ଏହାକୁ ଶ୍ରୀମୁଖସିଂହାର ମଧ୍ୟ କୁହାଯାଏ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here