ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ଜଗମୋହନ

0
33

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସୋମବାର ଦିନ ଭକ୍ତମାନଙ୍କ ପାଇଁ ଜଗମୋହନ ଖୋଲାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।ପୂର୍ବରୁ ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସକାଳ ଧୂପ ପରେ ଜଗମୋହନ ଖୋଲିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।ସେବକ, ଅଧିକାରୀ, କର୍ମଚାରୀ କେବଳ ରତ୍ନ ସିଂହାସନ ନିକଟକୁ ଯାଇପାରିବେ । ଅନ୍ୟ କୌଣସି ଭକ୍ତ ଯାଇ ପାରିବେ ନାହିଁ । ଦ୍ୱାର ଫିଟା, ଭିତରଶୋଧ ଓ ମଙ୍ଗଳ ଆରତୀ ପରେ ଭକ୍ତମାନେ ଜଗମୋହନରୁ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିବେ। ଦର୍ଶନାର୍ଥୀମାନେ ଜୟବିଜୟ ଦ୍ୱାର ଦେଇ ଜଗମୋହନ ଭିତରକାଠ ନିକଟରେ ଦର୍ଶନ କରି ବେହରଣ ଦ୍ୱାର ଦେଇ ବାହାରକୁ ବାହାରିବେ। ପୋଲିସ, ଜେ.ଟି.ପି. ସୁରକ୍ଷା ଦାୟିତ୍ୱରେ ରହିବେ ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here