ଋଷ ବିମାନ ଦୁର୍ଘଟଣାଗ୍ରସ୍ତ, ୭୧ ବିମାନଯାତ୍ରୀ ମୃତ

0
114

ମସ୍କୋରୁ ୭୧ଜଣ ବିମାନଯାତ୍ରୀଙ୍କୁ ନେଇ ଓର୍ସକ ଯାଉଥିବା ଋଷ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭୧ଜଣ ପ୍ରାଣ ହରାଇଛନ୍ତି। ଯାତ୍ରୀବାହୀ ବିମାନଟି ଉଡାଣ ଆରମ୍ଭ କରିବାର ୮୦କିଲୋମିଟର ପରେ ଅର୍ଗୁନୋଭୋ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବିମାନ ନମ୍ୱର ଏଏନ-୧୪୮ ସରାତୋଭ ଏୟାରଲାଇନ ଜେଟଟି ସ୍ଥାନୀୟ ସମୟାନୁସାରେ ଅପରାହ୍ନରେ ଦୁର୍ଘଟଣାର ଶିକାର ହୋଇଥିଲା। ସୂଚନା ଯୋଗ୍ୟଯେ, ମସ୍କୋ ଡୋମୋଡିଡୋଭୋ ବିମାନ ବନ୍ଦରରୁ ୬୫ଜଣ ବିମାନଯାତ୍ରୀ ଓ ୬ଜଣ ବିମାନ କର୍ମଚାରୀଙ୍କୁ ନେଇ ସରାତୋଭ ବିମାନ ଉଡାଣ ଆରମ୍ଭ କରିଥିଲା। ଏହି ଦୁର୍ଘଟଣାରେ ସମସ୍ତ ବିମାନ ଯାତ୍ରୀଙ୍କ ସମେତ କର୍ମଚାରୀ ପ୍ରାଣ ହରାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here