କାକଟପୁର ବିଡିଓଙ୍କୁ ଗୋବରମାଡ, ଥାନାରେ ଏତଲା

0
72

କାକଟପୁର ବ୍ଲକ ବିଡିଓ ସନ୍ତୋଷ କୁମାର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ପଶି ମଙ୍ଗଳବାର ଅପରାହ୍ନରେ ଜଣେ ଯୁବକ ଗୋବରମାଡ କରି ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ସାହୁ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଯୁବକଙ୍କ ଘର ନିକଟସ୍ଥ ଜଳେଶ୍ୱରପଡା ପଞ୍ଚାୟତ ଅଞ୍ଚଳରେ ବୋଲି କୁହାଯାଉଛି। ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି। ଘଟଣାର ତଦନ୍ତ କରାଯାଇ ଖୁବ୍‌ଶୀଘ୍ର ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here