କାର୍ତ୍ତି ଚିଦାମ୍ବରମଙ୍କୁ ଗିରଫ କଲା ସିବିଆଇ, ଫେମା ଉଲ୍ଲଂଘନ ଅଭିଯୋଗ

0
316

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ଅଭିଯୋଗରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଗିରଫ କରିଛି ।

ବ୍ରିଟେନ ଗସ୍ତରୁ ଫେରି କାର୍ତ୍ତି ଚେନ୍ନାଇ ବିମାନଘାଟିରେ ଓହ୍ଲାଇବା ପରେ ପରେ ସିବିଆଇ ତାଙ୍କୁ ଧରିଥିଲା । ମାଡ୍ରାସ ହାଇକୋର୍ଟଙ୍କ ଅନୁମତି ନେଇ ସେ ବିଦେଶ ଯାତ୍ରା କରିଥିଲେ ।

ଆଇଏନଏକ୍ସ ମିଡ଼ିଆଠାରୁ ୧୦ ଲକ୍ଷ ଲାଞ୍ଚ ଅର୍ଥ ଗ୍ରହଣ ଅଭିଯୋଗରେ କାର୍ତ୍ତି ଫସିଛନ୍ତି । ବାପା ପି ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ କାର୍ତ୍ତି ଏହି ଅର୍ଥ ଗ୍ରହଣ କରିଥିଲେ ।

କାର୍ତ୍ତିଙ୍କ ସମେତ ଆଇଏନଏକ୍ସ ମିଡ଼ିଆ ଓ ତା’ର ନିର୍ଦ୍ଦେଶକ ପିଟର ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି ।

ସିବିଆଇ କାର୍ତ୍ତିଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରି ବହୁ ଆପତ୍ତିଜନକ ତଥ୍ୟ ହାସଲ କରିଥିଲା । ଟିକସ ଫାଙ୍କି ଅଭିଯୋଗରୁ ଆଇଏନଏକ୍ସ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇ କାର୍ତ୍ତି ପିଟର ମୁଖାର୍ଜୀଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ।

ଅବଶ୍ୟ ସମସ୍ତ ଅଭିଯୋଗକୁ ପି ଚିଦାମ୍ବରମ ଅସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here