ଖାଇକୁ ଖସିଲା ବସ୍‌: ୮ ମୃତ

0
325

ପାକିସ୍ତାନ ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କ୍ୱିଟାରେ ଏକ ଯାତ୍ରୀବାହୀ ବସ୍‌ ତୀଖ ଖାଇକୁ ଖସି ପଡିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବସ୍‌ଟି କରାଚି ଅସୁଥିବାବେଳେ ଏହି ଅଘଟଣ ଘଟିଥିଲା। ବର୍ଷାଯୋଗୁ ରାସ୍ତା ଖସଡା ହୋଇଯାଇଥିଲା। ଫଳରେ ବସଟି ନିୟନ୍ତ୍ରଣ ହରାଇ ଖାଇ ମଧ୍ୟକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ୨ ମହିଳା ଓ ୩ ଛୋଟ ପିଲା ଅଛନ୍ତି। ଏଥିରେ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here