ଖୋଲା ମଳତ୍ୟାଗ ମୁକ୍ତ ଅଭିଯାନ: ଗୋଆ ନିର୍ମାଣ କରିବ ୭୦ ହଜାର ଟଏଲେଟ

0
90
କାରଣ ଖୋଲା ମଳତ୍ୟାଗ ମୁକ୍ତ(ଓଡିଏଫ) ଯୋଜନା ଅଧିନରେ ଗୋଆ ସରକାର ଗ୍ରାମାଞ୍ଚଳରେ ଟଏଲେଟ ନିର୍ମାଣ କରିବେ । ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ପାରିକର ପ୍ରକାଶ କରିଛନ୍ତି ଯେ ତାଙ୍କ ସରକାର ରାଜ୍ୟର ସମସ୍ତ ଗ୍ରାମକୁ ଖୋଲାରେ ମଳତ୍ୟାଗ ମୁକ୍ତ କରିବା ପାଇଁ ଟଏଲେଟ ଯୋଗାଇବେ । ସେ ଏହାମଧ୍ୟ ପୁଣି କହିଛନ୍ତି ଯେ ଅଭୟାରଣ୍ୟରେ ଅଲଗା ଉପାୟରେ ଖୋଲାରେ ମଳତ୍ୟାଗ ପ୍ରସଙ୍ଗକୁ ମୁକାବିଲା କରାଯିବ ।
ସେ ସୂଚନା ଦେଇଛନ୍ତି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୭୦ ହଜାର ଟଏଲେଟ ନିର୍ମାଣ କରିବେ । ବିଶେଷ କରି ରାଜ୍ୟର ମହିଳାମାନେ ଖୋଲାରେ ମଳତ୍ୟାଗ କରିବା ଗ୍ରହଣୀୟ ନୁହଁ ବୋଲି ସେ ମତ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପାରିକର ପ୍ରକାଶ କରିଛନ୍ତି ଯେ ଏହି ଓଡିଏଫ ଯୋଜନାରେ ରାଜ୍ୟର କିଛି ଗ୍ରାମରେ ଟଏଲେଟ ନିର୍ମାଣ କରାଯିବ ନାହିଁ । କାରଣ ଏହି ଅଞ୍ଚଳରେ ବନ୍ୟଜୀବନ ସଂରକ୍ଷଣ ଆଇନ କାର୍ଯ୍ୟକାରୀ ହୋଇଛି ।

LEAVE A REPLY

Please enter your comment!
Please enter your name here