ଗୁଗଲ ଉପରେ ୧୩୬ କୋଟିର ଜୋରିମାନା

0
506

ବିଶ୍ୱର୍ର ସର୍ବାଧିକ ଲୋକପ୍ରିୟ ‘ସର୍ଚ୍ଚ ଇଂଜିନ’ ଗୁଗଲ ଉପରେ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପ୍ରାୟ ୧୩୬ କୋଟି ଟଙ୍କାର ଜୋରିମାନା ଲଗାଇଛନ୍ତି । ଜୋରିମାନା ଅର୍ଥ ଦେବାକୁ ସିସିଆଇ ଗୁଗଲକୁ ୨ ମାସ, ଅର୍ଥାତ ୬୦ ଦିନ ସମୟ ଦେଇଛି । ଖୋଜା ଯାଉଥିବା ବା ଅନୁସନ୍ଧାନର ଉତ୍ତର ବା ଫଳ ପ୍ରକାଶନରେ ଅନ୍ତରପାନ୍ତର କାରଣରୁ ଗୁଗଲ ବିରୋଧରେ ଏହି ଜୋରିମାନା ଲଗାଯାଇଛି । ଜୋରିମାନାର ମୋଟ ଅର୍ଥ ୧୩୫.୮୬ କୋଟି ଟଙ୍କା ଅଟେ । ଗୁଗଲ ବିରୋଧରେ ଅଭିଯୋଗ ରହିଛି ଯେ, ୱେବସର୍ଚ୍ଚ ଏବଂ ଅନଲାଇନ ସର୍ଚ୍ଚ ବିଜ୍ଞାପନ ମାର୍କେଟିଂରେ ଗୁଗଲ ନିଜ ଆକୃତିର ଅପବ୍ୟବହାର କରୁଛି । ଏହି ଜୋରିମାନା ଭାରତରେ ଗୁଗଲର ଆୟ ରାଜସ୍ୱକୁ ଆଧାର କରି ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here