ଜାଗର ପୂର୍ବରୁ ମହାଦେବଙ୍କ ଖେଚୁଡି ଖାଇ ୧୫୦୦ରୁ ଉର୍ଦ୍ଧ୍ୱ ଭକ୍ତ ଅସୁସ୍ଥ

0
124
ମହାଶିବରାତ୍ରୀ ପାଇଁ ଗାଁର ଏକ ଆଶ୍ରମରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ଆଉ ଭକ୍ତଙ୍କୁ ପ୍ରସାଦ ଭାବେ ଖେଚୁଡି ଖାଇବାକୁ ଦିଆଯାଇଥିଲା । ଏହାକୁ ଖାଇ ପାଖାପାଖି ୧୫୦୦ ଲୋକଙ୍କର ବାନ୍ତି ହେବା ସହ ପେଟରେ ଯନ୍ତ୍ରଣା ହୋଇଥିଲା ।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ପ୍ରସାଦ ଖାଇବା ପରେ ହିଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା । ପ୍ରଥମେ କିଛି ଲୋକଙ୍କର ବାନ୍ତି ହୋଇଥିଲା । ଆଉ ପରେ ବହୁ ସଂଖ୍ୟାରେ ଲୋକଙ୍କର ସମାନ ସମସ୍ୟା ଦେଖିବାକୁ ମିଳିଥିଲା । ଅଭିଯୋଗ ପାଇବା ପରେ ପୀଡିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ମାମଲାର ଯାଞ୍ଚ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here