ଡୁମୁରିପୁଟ-ଦାମନଯୋଡ଼ି ଷ୍ଟେସନ ମଝିରେ ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

0
33

ନାଲକୋ ଡୁମୁଡିପୁଟ -ଦାମନଯୋଡି ଷ୍ଟେସନ ନିକଟରେ ଗୁରୁବାର  ଗୋଟିଏ ମାଲବାହୀ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମାଲବାହୀ ଟ୍ରେନଟିର ୬ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାର କାରଣ ଜଣା ପଡି ନ ଥିବାବେଳେ ବିଭାଗୀୟ ଅଫିସର ମାନଙ୍କ ଦ୍ୱାରା ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବା ନେଇ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତକାଲି ରାତି ୧୨ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଲାଇନଚ୍ୟୁତ ହେବା ଫଳରେ ତିନୋଟି ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବାଧା ଉପୁଜିଛି । ଟ୍ରେନ୍ ଗୁଡିକ ଅଧରାସ୍ତାରେ ଅଟକି ରହିଛି। ଟ୍ରେନଲାଇନ୍ ମରାମତି କାମ ଚାଲିଥିବାବେଳେ ମରାମତି ଶେଷ ହେବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବା ନେଇ ରେଳବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ-ରାୟଗଡ଼ା ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି । କୋରାପୁଟ –ବିଶାଖାପାଟଣା ଟ୍ରେନକୁ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here