ଥମୁନି ମେଣ୍ଢା ମୃତ୍ୟୁ !ନିଆଳିରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ  ୩ ମେଣ୍ଢାଙ୍କ ମୃତ୍ୟୁ 

0
69

ଥମୁନି ମେଣ୍ଢା ମୃତ୍ୟୁ। କିଛି ଦିନ ହେବ ନିଆଳି ଅଂଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାମାନଙ୍କ ମୃତ୍ୟୁ ହେଉଛି । ଗତକାଲି ମଧ୍ୟରାତ୍ରିରେ ଗାଈଆସାହିରେ ଏହି ଅଜଣା ଜନ୍ତୁ ପୁଣି ମେଣ୍ଢାଙ୍କ ଉପରେ ଆକ୍ରମଣ କରିଛି । ଗୁହାଳ ଭିତରେ ପଶି ତିନୋଟି ମେଣ୍ଢାଙ୍କର ପ୍ରାଣ ନେଇଛି ଅଜଣା ଜନ୍ତୁ । ଗାଁର ପରୀକ୍ଷିତ ଦାସଙ୍କ ଗୁହାଳ ଭିତରେ ପଶି ଏହି ଅଜଣା ଜନ୍ତୁ ମେଣ୍ଢାଙ୍କୁ ମାରିଦେଇଥିବା ସୂଚନା ମିଳିଛି।

ମଙ୍ଗଳବାର ରାତିରେ ମଧ୍ୟ ଅଜଣା ଜନ୍ତୁଟି ପୁଣି କାଳିଆଘାଇ ଘୋଡ଼ାଟିକିଲି ଗାଁରେ ୩ଟି ମେଣ୍ଢାକୁ ମାରି ତାର କଲିଜା ଖାଇଥିଲା। ଏବେ ପୁଣି ନିଆଳିରେ ମେଣ୍ଢା କଲିଜା ଖାଉଥିବା ଜନ୍ତୁଟି ଫେରି ଆସି ଏଭଳି କାଣ୍ଡ କରିଥିବା ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here