ପାଟନାର ମଗଧ ମହିଳା କଲେଜରେ ନିଷେଧ ହେଲା ଜିନ୍ସ, ପଟିଆଲ ସୁଟ ଓ ମୋବାଇଲ

0
43

ଶିକ୍ଷା କ୍ଷେତ୍ରରେ ଅନେକ ବ୍ୟବସ୍ଥା ଲାଗୁ କରିବା ନେଇ ଚର୍ଚ୍ଚାରେ ରହିଥିବା ବିହାର ଏବେ ରାଜଧାନୀ ପାଟନାର ଏକ ମହିଳା କଲେଜରେ ଏକ ନିର୍ଦ୍ଦେଶାନାମା ଜାରିକୁ ନେଇ ଚର୍ଚ୍ଚାରେ ରହିଛି। ସେହି କଲେଜରେ ଛାତ୍ରୀଙ୍କ ପାଇଁ କଲେଜ  ପରିସରକୁ ଜିନ୍ସ ଏବଂ ପଟିଆଲା ସୁଟ ପିନ୍ଧି ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।  କଲେଜରେ କ୍ଲାସ ରୁମରେ ମୋବାଇଲ ଫୋନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ପାଟନାର ମଗଧ ମହିଳା କଲେଜର ପ୍ରବନ୍ଧକ କଲେଜ କ୍ୟାମ୍ପସରେ ନୂତନ ପରିବର୍ତ୍ତନ ଆଣିବା ଦିଗରେ ନୂତନ ନୀୟମାବଳୀ କରିଛନ୍ତି। ପଦକ୍ଷେପସ୍ଵରୂପ ଏବେ କଲେଜ ପରିସରକୁ ଛାତ୍ରୀ ମାନେ ଜିନ୍ସ ଓ ପଟିଆଲା ସୁଟ ପିନ୍ଧି ଆସି ପାରିବେ ନାହିଁ। ଏହା ସହିତ କ୍ଲାସରୁମରେ ମୋବାଇଲ ଉପରେ କଟକଣା ଜାରି କରାଯାଇଛି। ଯଦି କେହି କ୍ଲାସରୁମରେ ମୋବାଇଲ ସହ ଧରା ପଡ଼ନ୍ତି  ତେବେ ୧୦୦୦ ଟଙ୍କା ଜୋରିମାନା ଦିଆଯିବା ନେଇ ପ୍ରାବଧାନ ରହିଛି।

କଲେଜର ନିୟମାବଳୀରେ ଏହା ମଧ୍ୟ କୁହାଯାଇଛି ଯେ ଛାତ୍ରୀମାନେ କୌଣସି ପ୍ରକାର ଧାରଣା, ପ୍ରଦର୍ଶନ ଏବଂ ହଡ଼ତାଳରେ ସାମିଲ ହୋଇ ପାରିବେ ନାହିଁ।  ଏହି ନୂତନ ଡ୍ରେସ କୋଡ ୨୦୧୮ ଜାନୁଆରୀରେ ଲାଗୁ କରାଯିବ।

କଲେଜର ମହିଳା ପ୍ରିନ୍ସିପାଲ କହିଛନ୍ତି ଯେ ଡ୍ରେସ କୋଡ ସହ ଜଡ଼ିତ ନୂତନ ନିୟମ ସାମାଜିକ ସମାନତା ଆଣିବା ପାଇଁ  ଲାଗୁ କରାଯାଇଛି। ମୁସଲିମ ଯୁବତୀଙ୍କୁ ଏଥିରେ କୌଣସି ଆପତ୍ତି ନାହିଁ ତେଣୁ ସେମାନେ ବିରୋଧ କରିନାହାନ୍ତି। ମାତ୍ର ହିନ୍ଦୁ ଯୁବତୀ ଯେଉଁ ଭଳି ପୋଷାକ ପିନ୍ଧୁଛନ୍ତି ତାହା ଅସହଜ ହୋଇଥାଏ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୋବାଇଲ ଫୋନ ବ୍ୟବହାର ପାଇଁ କଲେଜରେ ମୋବାଇଲ ଫ୍ରି ଜୋନ ବ୍ୟବସ୍ଥା କରାଯାଇଛି। ଯେଉଁଠି ଯୁବତୀମାନେ ଫୋନରେ କଥା ହୋଇ ପାରିବେ। ତେଣୁ କ୍ଲାସରୁମକୁ ମୋବାଇଲ ଆଣିବା ଉପରେ କଟକଣା ଲଗାଯାଇଛି।

LEAVE A REPLY

Please enter your comment!
Please enter your name here