ବାରାଣସୀ ଦୁର୍ଘଟଣା : ୪ ଅଧିକାରୀ ନିଲମ୍ବିତ

0
87

ଉତ୍ତର ପ୍ରଦେଶ ବାରାଣସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣାରେ ଉଦ୍ଧାର କାର୍ଯ୍ୟରେ ଘଟଣା ସ୍ଥଳରେ ଏନଡିଆରଏଫ୍‌ର ୫ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରାତି ତମାମ ଉଦ୍ଧାର କାର୍ଯ୍ୟ ହୋଇଥିଲା।

ଏହି ଘଟଣାରେ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବା ଲାଗି ଏକ କମିଟି ଗଠନ କରିଛନ୍ତି। ସେହିପରି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଏବଂ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଫ୍ଲାଇଓଭର ପ୍ରକଳ୍ପ ମାର୍ଚ୍ଚ ୨,୨୦୧୫ରେ ଅନୁମତି ପାଇଥିଲା । ୧୭୧୦ ମିଟର ଲମ୍ବା ଫ୍ଲାଇଓଭର ପାଇଁ ୭୭ କୋଟି ୪୧ ଲକ୍ଷ ଟଙ୍କାର ବଜେଟ ଅନୁମୋଦନ ହେବା ପରେ ଅକ୍ଟୋବର ୨୫,୨୦୧୫ ଠାରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଫ୍ଲାଇଓଭରର ନିର୍ମାଣ ଅବଧି ଧାର୍ଯ୍ୟ ସମୟ ମଧ୍ୟରେ ସରି ନଥିବା ନେଇ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଏବଂ ଶିଘ୍ର ନିର୍ମାଣ ପାଇଁ ତାଗିଦ କରିଥିଲେ । ପ୍ରକଳ୍ପ ସମ୍ପାଦନକାରୀ ସଂସ୍ଥା ଉତ୍ତରପ୍ରଦେଶ ସେତୁ ନିଗମ କାମ ଶିଘ୍ର ସାରିବା ପାଇଁ ଚାପରେ ଥିଲା ବୋଲି କୁହାଯାଉଛି ।

୨୦୧୫ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ସେତୁ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଉତ୍ତର ପ୍ରଦେଶ ସେତୁ ନିଗମ ଏହାର ନିର୍ମାଣ କରୁଥିବା ବେଳେ ଏହାର ଡିଜାଇନକୁ ନେଇ ପୂର୍ବରୁ ସନ୍ଦେହ ପ୍ରକାଶ ପାଇଥିଲା । ଏପରିକି ରାସ୍ତାରେ ଟ୍ରାଫିକ୍ ଅଟକା ନଯାଇ ୨୫ ଫୁଟର ସ୍ଲାବ୍ ପକାଯାଉଥିଲା ବୋଲି ଜଣାପଡ଼ିଛି। ଏହି ଫ୍ଲାଇଓଭର ନିର୍ମାଣ ଆରମ୍ଭରୁ ଏହାର ଡ଼ିଜାଇନିଂକୁ ନେଇ ପ୍ରଶ୍ନ ଉଠିଥିବା ନେଇ ଚର୍ଚ୍ଚା ହେଉଛି ।

ଫ୍ଲାଇଓଭର ଭୁଷୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟନାଥ । ପ୍ରକଳ୍ପ ମ୍ୟାନେଜର ଏଚସି ତିୱାରୀଙ୍କ ସମେତ ୪ଜଣ ଅଧିକାରୀଙ୍କୁ ଗତକାଲି ବିଳମ୍ବିତ ରାତ୍ରିରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here