ବ୍ରହ୍ମପୁର ମେୟର କେ ମାଧବୀଙ୍କ ପଦ ରଦ୍ଦ

0
52

ବ୍ରହ୍ମପୁର ମହାନିଗର ନିଗମ ମେୟର କେ. ମାଧବୀଙ୍କ ପଦକୁ ରଦ୍ଧ କରି ଦିଆଯାଇଛି। ମିଥ୍ୟା ସତ୍ୟପାଠ ମାମଲାରେ ତାଙ୍କ ପଦ ରଦ୍ଧ କରିବାକୁ ମିର୍ଦ୍ଦେଶ ନେଇଛନ୍ତି ଗଞ୍ଜାମ ଜିଲ୍ଲା ଦୌରାଜଜ୍ ।

ମାଧବୀଙ୍କର ୨ଟି ସ୍ୱାମୀ ଥିଲା ବୋଲି ପୂର୍ବତନ ମେୟର ଶିବ ଶଙ୍କର ଦାସ ୨୦୧୪ ମସିହାରେ ତାଙ୍କ ବିରୋଧରେ ମାମଲା କରିଥିଲେ । ଏ ନେଇ କୋର୍ଟରେ ମାମଲା ଚାଲିଥିଲା । ଏହି ମାମଲାର ଶୀଘ୍ର ଫଇସଲା କରିବା ପାଇଁ ମାଧବୀଙ୍କ ସ୍ୱାମୀ କୋର୍ଟରେ ଆବେଦନ କରିଥିବାବେଳେ ହାଇକୋର୍ଟ ୪୫ ଦିନ ମଧ୍ୟରେ ଶୁଣାଣି କରିବାକୁ ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆଜି ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ମେୟର କେ. ମାଧବୀ ଦର୍ଶାଇଥିବା ସତ୍ୟପାଠ ଭୁଲ ଥିବା ଦର୍ଶାଇ ତାଙ୍କ ପଦକୁ ରଦ୍ଧ କରିଦେଇଛନ୍ତି ଗଞ୍ଜାମ ଜିଲ୍ଲା ଦୌରାଜଜ୍ ମଳୟ ରଞ୍ଜ ମହାନ୍ତି ।୧୬ ନମ୍ବର ୱାର୍ଡ କର୍ପୋରେଟରଙ୍କ ପଦ ମଧ୍ୟ ମାଧବୀଙ୍କୁ ହରାଇବାକୁ ପଡ଼ିଛି ।

LEAVE A REPLY

Please enter your comment!
Please enter your name here