ଭୁବନେଶ୍ୱର ବିମାନ ବନ୍ଦରରେ ଲାଗିଲା ସାନିଟାରୀ ନାପକିନ୍‌ ଭେଣ୍ଡିଂ ମେସିନ୍‌

0
79
Picture of the sanitary vending machine now installed at seven police stations in Mumbai.

ମହିଳା ଯାତ୍ରୀଙ୍କ ପାଇଁ ଖୁସି ଖବର । ବଲିଉଡ ଚଳଚ୍ଚିତ୍ର ପ୍ୟାଡମ୍ୟାନ ଦ୍ୱାରା ଅନୁପ୍ରାଣିତ ହୋଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମହିଳା ଯାତ୍ରୀଙ୍କ ପାଇଁ ସାନିଟାରୀ ନାପକିନର ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରରେ ଏଥିପାଇଁ ଏକ ଭେଣ୍ଡିଂ ମେସିନ ଲଗାଯାଇଛି ।

ବିମାନ ବିନ୍ଦରର ଉଭୟ ଟର୍ମିନାଲରେ ଥିବା ମହିଳା ଟଏଲେଟରେ ଏହି ଭେଣ୍ଡିଂ ମେସିନ ଲଗାଯାଇଛି । ବ୍ୟବହାରକାରୀ ଏହି ମେସିନରେ ୧୦ ଟଙ୍କିଆ କଏନ, ଟଙ୍କିକିଆ କଏନ ଓ ପାଞ୍ଚ ଟଙ୍କିଆ କଏନ ଭର୍ତ୍ତି କଲେ ଗୋଟିଏ ନାପକିନ ବାହାରକୁ ଆସିବ । ମହିଳା ଯାତ୍ରୀଙ୍କ ଫାଇଦା ପାଇଁ  ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି ବ୍ୟବସ୍ଥା କରାଯାଇଛି ।

ଏୟାରପୋର୍ଟ ଅଥରିଟୀ ଅଫ ଇଣ୍ଡିଆ(ଏଏଆଇ) ଯାତ୍ରୀଙ୍କ ପାଇଁ ଆଗକୁ ଆହୁରି ଅନେକ ସୁବିଧା ଯୋଗେଇ ଦେବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here