ମହାପ୍ରଭୁଙ୍କ ନୀତିରେ ବିଳମ୍ବ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

0
25

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୋମବାରଠାରୁ ଭକ୍ତ ଜଗମୋହନରୁ ଦାରୁବିଗ୍ରହଙ୍କୁ ଦର୍ଶନ କରିବେ। ସକାଳ ଧୂପ ପରେ ଭିତରକାଠ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ହେଲେ ଆରମ୍ଭରୁ ନୀତିରେ ବିଭ୍ରାଟ ଦେଖାଦେଇଛି। ଫଳରେ ଜଗମୋହନ ଖୋଲିବାରେ ବିଳମ୍ବ ହୋଇଛି । କିନ୍ତୁ ଏହାକୁ ନେଇ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଗର୍ଭଗୃହ ଦର୍ଶନକୁ ମାନ୍ୟବର ହାଇକୋର୍ଟ ବାରଣ କରିଥିବାବେଳେ ସଂପୃକ୍ତ ସେବକ , ଅଧିକାରୀ ଓ କର୍ମଚାରୀ ହିଁ ଗର୍ଭଗୃହକୁ ପ୍ରବେଶ କରିପାରିବେ । କୋର୍ଟ କଟକଣା ଉପରେ ସେବାୟତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ପରେ ଅନ୍ୟାନ୍ୟ ନୀତି ମଧ୍ୟ ବିଳମ୍ବରେ ଚାଲିଛି ।

LEAVE A REPLY

Please enter your comment!
Please enter your name here