ରମ୍ଭାରେ ବିଷାକ୍ତ ଖାଦ୍ୟ ଖାଇ ମାଆ, ପୁଅ ଓ ଝିଅର ମୃତ୍ୟୁ

0
36

ଗଞ୍ଜାମ ଜିଲ୍ଲା ରମ୍ଭାରେ ବିଷାକ୍ତ ଖାଦ୍ୟ ଖାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗତକାଲି ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ମାଆଙ୍କ ମୃତ୍ୟୁ ଘଟିଛି।  ମହିଳାଙ୍କୁ ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରୁ ଅଣାଯାଇ ଭୁବନେଶ୍ୱରରେ ଚିକିତ୍ସା କରାଯାଉଥିଲା।
ସୂଚନାଯୋଗ୍ୟ,ଗତ ମଙ୍ଗଳବାର ରାତିରେ ରୁଟି ଓ ଫୁଲକୋବି ଖାଇ ସମସ୍ତେ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here