ରିଲିଜ ହେଲା ରେସ୍ -୩’ ଟ୍ରେଲର

0
127

ବହୁ ପ୍ରତିକ୍ଷୀତ ସଲମାନଙ୍କ ‘ରେସ୍ -୩’ ଟ୍ରେଲର ରିଲିଜ ହୋଇଛି। ଆକ୍ସନରେ ଭରପୁର ଏହି ଫିଲ୍ମକୁ ଟ୍ରେଲର ରିଲିଜ ହେବା ମାତ୍ରେ ଦର୍ଶକଙ୍କ ଦମଦାର ରେସପନ୍ସ ମିଳିଛି। ଟ୍ରେଲର ଆରମ୍ଭରୁ ସଲମାନଙ୍କ ଏଣ୍ଟ୍ରି ବେଶ୍ ଦମଦାର ହୋଇଛି। ଏହି ୩ ମିନିଟ୍ ୧୦ ସେକଣ୍ଡର ଟ୍ରେଲରରେ ବ୍ୟବହାର ହୋଇଥିବା ପଞ୍ଚ ଲାଇନ୍ସ ସ୍ୱାଗ ଭଳି ସ୍ୱାଗତଯୋଗ୍ୟ।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସଲମାନ ଖାନ୍ ଅଭିନୟ କରିଥିବା ବେଳେ ଅନ୍ୟ ଭୂମିକାରେ ଅନିଲ କାପୁର, ଜାକଲିନ୍ ଫର୍ଣ୍ଣାଡୋଜ୍, ବବି ଦେଓଲ, ସକଦୀପ ସଲିମ ଏବଂ ଡେଜି ସାହା ଅଛନ୍ତି। ସମସ୍ତ ପ୍ରମୁଖ କଳାକାରଙ୍କ ଏଣ୍ଟ୍ରି ସିନକୁ ନିର୍ଦ୍ଦେଶକ ରେମୋ ଡିସୋଜା ବେଷ୍ଟ୍ ଦେଇଛନ୍ତି। ରମେଶ ଶ. ତରୁଣ, ସଲମାନ ଖାନଙ୍କ ନିଜ ଫିଲ୍ମ ବ୍ୟାନର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି। ଫିଲ୍ମଟି ବ୍ୟବସାୟୀ ପରିବାରର କାହାଣୀ ଉପରେ ଆଧାରିତ । ଏଥିରେ ଅନିଲ କାପୁର ଲିଡ୍ କରୁଥିବା ବେଳେ ସଲମାନଙ୍କ ନାଁ ସିକେନ୍ଦର ରହିଛି । ‘ରେସ୍ ୧’, ‘ରେସ୍ ୨’ର ସଫଳତା ପରେ ‘ରେସ ୩’କୁ ନିର୍ମାଣ କରାଯାଇଛି। ରେସ୍ ୧  ଏବଂ ସିକ୍ୱେଲ ୨ର ହିରୋ ସୈଫ୍ ଅଲ୍ଲି ଖାଁକୁ ବଦଳି କରାଯାଇ ପାର୍ଟ ୩ରେ ସଲମାନଙ୍କୁ ନିଆଯାଇଛି। ଆସନ୍ତା ଜୁନ ୧୫ ତାରିଖରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

LEAVE A REPLY

Please enter your comment!
Please enter your name here