ଲୋକାର୍ପିତ ହେଲା ହୀରାକୁଦ ଜଳଭଣ୍ଡାର ସେତୁ

0
44

ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମତ ସେତୁକୁ ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି।ଏହି ସେତୁ ଫଳରେ ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଯାତାୟତ ସଂପୂର୍ଣ୍ଣ ସହଜ ହେବ ।ମୁଖ୍ୟମନ୍ତ୍ରୀ ହୀରାକୁଦ ଓ ଇବ୍‌ ନଦୀ ଉପରେ ନିର୍ମିତ ସେତୁକୁ ଉଦଘାଟନ କରିଛନ୍ତି । ୧୧୭କୋଟି ୫୦ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ୨.୫କିମିର ଏହି ସେତୁ ରାଜ୍ୟର ଅନ୍ୟତମ ଦୀର୍ଘତମ ସେତୁ ଭାବେ ପରିଗଣିତ ହୋଇଛି। ଏହି ପୋଲ ନିର୍ମାଣ ହେବା ଦ୍ୱାରା ସମ୍ବଲପୁର ଓ ଝାରସୁଗଡ଼ା ମଧ୍ୟରେ ସିଧାସଳଖ ଯୋଗାଯୋଗ ହୋଇପାରିବ । ଏହା ସହିତ ସମ୍ବଲପୁର ଓ ଝାରସୁଗୁଡ଼ାର ବେଲପାହାଡ଼, ଲଖନପୁର ଅଞ୍ଚଳ ମଧ୍ୟରେ ଦୂରତ୍ୱ ବହୁ ପରିମାଣରେ ହ୍ରାସ କରିବ।

LEAVE A REPLY

Please enter your comment!
Please enter your name here