ଶୀଘ୍ର ଆସିବ ୫ଜି ଟେକ୍ନୋଲୋଜି

0
487

ବର୍ତ୍ତମାନ ଇଣ୍ଟରନେଟ ଦୈନଦିନ ଜୀବନରେ ଏକ ପ୍ରମୁଖ ଆବଶ୍ୟକତା ଭାବେ ଉଭା ହୋଇଥିବା ବେଳେ ୪ଜି ଟେକ୍ନୋଲୋଜି ବ୍ୟାପକ ହେଉଛି। ମାତ୍ର ଇଣ୍ଟରନେଟର ସ୍ପିଡ୍‌ ଦେଖିଲେ ଆଗାମୀ ଦିନ ମାନଙ୍କରେ ଏହା ଠାରୁ ଦ୍ରୁତ ବେଗରେ ଇଣ୍ଟରନେଟ ଆସିବ ବୋଲି ଘୋଷଣା ହୋଇସାରିଛି। ବହୁ ପ୍ରତୀକ୍ଷିତ ୫ ପୀଢିର (୫ଜି) ଟେକ୍ନୋଲୋଜି ଶୀଘ୍ର ଆସିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ଆସନ୍ତା ଶୀତକାଳୀନ ଅଲମ୍ପିକ କ୍ରୀଡା ସମୟରେ ବିଶ୍ୱ ସ୍ତରରେ ଶୁଭାରମ୍ଭ ହେବ। ୟୁଙ୍ଗଚାଙ୍ଗ ଠାରେ ଆୟୋଜନ ହେବାକୁ ଠାରେ ଏହି କ୍ରୀଡା ମହାକୁମ୍ଭରେ ୫ଜି ଟେକ୍ନୋଲୋଜିର ଶୁଭାରମ୍ଭ ଘୋଷଣା କରାଯିବ। ୨୦୨୦ ବେଳକୁ ସାରା ବିଶ୍ୱରେ ଏହି ଭଳି ଏକ ଟେକ୍ନୋଲୋଜି ଆସିବ ବୋଲି ପୂର୍ବାନୁମାନ ହେଉଥିବା ବେଳେ ଦକ୍ଷିଣ କୋରିଆ କିନ୍ତୁ ଏହା ଠାରୁ ଢେର ଆଗୁଆ ଏହାକୁ ଶୁଭାରମ୍ଭ କରୁଛି। ୫ଜି ଟେକ୍ନୋଲୋଜି ୪ଜି ଠାରୁ ଶତ ପ୍ରତିଶତ ତ୍ୱରିତ ହେବ । ଏହା ଦ୍ୱାରା ହାଇ ଡେଫିନେଶନ ଫିଲ୍ମଗୁଡିକୁ ମାତ୍ର କେଇ ସେକେଣ୍ଡରେ ଅନ୍ୟ ଜଣଙ୍କୁ ପଠାଇ ହେବ। ସେହିଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଉନ୍ନତିକରଣ, ଡ୍ରୋନ୍‌ ପରିଚାଳନା, ସେଲ୍ଫ ଡ୍ରାଇଭିଂ ଭେଇକିଲ୍‌, ରୋବୋ ଏବଂ ଅନ୍ୟାନ୍ୟ ମେଶିନ, ରିୟଲ ଟାଇମ୍‌ ଡାଟା ଟ୍ରାନ୍ସମିଶନ ୫ଜି ଦ୍ୱାରା ତ୍ୱରାନ୍ବିତ ହୋଇ ପାରିବ ବୋଲି ପ୍ରକ୍ରିୟା ସହ ଜଡିତ କାଲିଫର୍ଣ୍ଣିଆ ଭିତ୍ତିକ ନେଟଓ୍ବର୍କ ପ୍ଲାଟଫର୍ମର ବରିଷ୍ଠ ଉପସଭାପତି ସାଣ୍ଡ୍ରା ରିଭେରା ପ୍ରକାଶ କରିଛନ୍ତି। ଆଗାମୀ ୫ ବର୍ଷରେ ୧୦୦ କୋଟି ଲୋକ ୫ଜି ଟେକ୍ନୋଲୋଜି ପରିସରକୁ ଆସିବେ ବୋଲି ରିଭେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here