ସେନା ପାଇଁ କିଣା ହେବ ୧୬ ହଜାର କୋଟି ଟଙ୍କାର ଅସ୍ତ୍ର

0
100

ସୈନ୍ୟ ବାହିନୀ ପାଇଁ ୧୫, ୯୩୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବନ୍ଧୁକ କିଣିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ଅର୍ଥରେ ସେନାର ତିନି ବାହିନୀ ପାଇଁ ୭ଲକ୍ଷ ୪୦ହଜାରଟି ଆସଲ୍ଟ ରାଇଫଲ, ୫୭୧୯ଟି ସ୍ନିପର ରାଇଫଲ କିଣାହେବ। ଆସଲ୍ଟ ରାଇଫଲ ବାବଦକୁ ୧୨, ୨୮୦କୋଟି ଟଙ୍କା ଖର୍ଚ୍ଚ ହେବ। ସ୍ନିପର ରାଇଫଲ ପାଇଁ ୯୮୨କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ସହିତ ୧୮୧୯ କୋଟି ଟଙ୍କା ବ୍ୟୟରେ ଲାଇଟ ମେସିନ ଗନ କିଣାଯିବ। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଏହି ବନ୍ଧୁକ କିଣା ପ୍ରସ୍ତାବକୁ ଅନୁମୋଦନ କରିଛି। ବାଏ ଆଣ୍ଡ ମେକ (ଇଣ୍ଡିଆ) ଯୋଜନା ଅଧିନରେ ବିଦେଶୀ କମ୍ପାନୀ ଦ୍ୱାରା ଭାରତରେ ଏହି ସବୁ ବନ୍ଧୁକ ତିଆରି କରାଯିବ।

LEAVE A REPLY

Please enter your comment!
Please enter your name here