ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଲେ ଶ୍ରୀଲଙ୍କା ସରକାର

0
139

କାଣ୍ଡିରେ ସାମ୍ପ୍ରଦାୟିକ ଦଙ୍ଗା ଯୋଗୁ ଶ୍ରୀଲଙ୍କାରେ ୧୦ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ଏନେଇ ଦେଶର ଟେଲିକମ୍ୟୁନିକେସନ ରେଗୁଲେଟୋରୀ କମିଶନର କହିବା ଅନୁସାରେ, “ଦେଶର ପ୍ରତିରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସୋସିଆଲ ମିଡିଆ ଉପରେ ନଜର ରଖିବା ପାଇଁ ଅନୁରୋଧ କରାଯାଇଥିଲା। ଏହା ମାଧ୍ୟମରେ ଦଙ୍ଗାକୁ ଉସକାଇଲା ଭଳି ଖବର ପୋଷ୍ଟ କରାଯାଇ ପାରେ। ଏହାକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନିଆଯାଇଛି। ”

ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌, ଭିବର ଓ ଇନଷ୍ଟାଗ୍ରାମ୍‌ ଆଦି ସୋସିଆଲ ମିଡିଆକୁ ଦେଶରେ କିଛି ଦିନ ପାଇଁ ବନ୍ଦ କରିଦିଆଯାଇଛି। କେତେକ ସ୍ଥାନରେ କର୍ଫ୍ୟୁ ଲଗାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here