୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ

0
28

କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରିଛକଠାରେ ଥିବା ମା’ଦୁର୍ଗାପୂଜା କମିଟିର ଜମିକୁ ଜିଲା ପ୍ରଶାସନ ଉଚ୍ଛେଦ କରିବା ନିଷ୍ପତ୍ତିକୁ ବିରୋଧ କରି ଦାରିଙ୍ଗବାଡି ଗ୍ରାମ୍ୟ ଦେବୋତ୍ତର କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।  ସକାଳ ୬ଟାରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।  ଫଳରେ ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ଓ  ଗାଡ଼ି ଚଳାଚଳ ବନ୍ଦ ରହିଛି। ଦେବୋତ୍ତର କମିଟି ପକ୍ଷରୁ ଶତାଧିକ ଲୋକ ଚାରିଛକ ଠାରେ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘଟଣାସ୍ଥଳରେ ବସି ରହିଛନ୍ତି।

LEAVE A REPLY

Please enter your comment!
Please enter your name here