୪୦ ଡିଗ୍ରୀ ଛୁଇଁଲା ରାଜଧାନୀର ତାପମାତ୍ରା

0
32

ରାଜ୍ୟରେ ପୁଣି ଫେରିଲା ତାତି । ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ହେଉଛି ରାଜ୍ୟ ସବୁଠାରୁ ଉତପ୍ତ ସହର। ଏଠାରେ ତାପମାତ୍ରା ୪୧. ୨ ଡିଗ୍ରୀ ସେଲସିୟସ ରହିଛି। ଏହା ପଛକୁ ବଲାଙ୍ଗିର ଓ ଟିଟିଲାଗଡ଼। ବଲାଙ୍ଗୀର ଟିଟିଲାଗଡର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଥିଲା । ଉତ୍ତର-ପଶ୍ଚିମ ଦିଗରୁ ସାମୁଦ୍ରିକ ପବନ ବହିବା କମିଯିବାରୁ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଦିନ ପରେ ହିଟ୍ ୱେଭ୍ ପରିସ୍ଥିତି ଉପୁଜିବାର ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ଦିନବେଳା ଗରମ ପବନ ବହିବା ସହ ତାପମାତ୍ରା ବୃଦ୍ଧି ପାଇବ ଏବଂ କୁଆପଥର ସହ ବର୍ଷା ହେବ ।ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ହୀରାକୁଦ, ଝାରସୁଗୁଡ଼ା ଓ ତାଳଚେରର ତାପମାତ୍ରା ୪୦.୬ ଡିଗ୍ରୀ , ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୪୦.୪, ଅନୁଗୋଳ ୪୦.୩, ମାଲକାନଗିରି ୪୦.୨ ସମ୍ବଲପୁର ୪୦ ଓ କଟକର ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରହିଛି।

LEAVE A REPLY

Please enter your comment!
Please enter your name here