fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଇବେ ପ୍ରଥମ ‘ଲତା ଦୀନାନାଥ ମଙ୍ଗେସକର’ପୁରସ୍କାର

ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ମୃତିରେ ତାଙ୍କ ପରିବାର “ଲତା ଦୀନାନାଥ ମଙ୍ଗେସକର’ ପୁରସ୍କାର ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଲତା ମଙ୍ଗେସକର ଏବଂ ତାଙ୍କ ପିତା ଦିନା ମଙ୍ଗେସକରଙ୍କ ସ୍ମୃତୀରେ ଏହି ପୁରସ୍କାର ବିତରଣ ଉତ୍ସବ ପ୍ରତ୍ୟେକ ବର୍ଷ ଏପ୍ରିଲ ୨୪ ତାରିଖରେ ମାଷ୍ଟର ଦୀନାନାଥଙ୍କ ଶ୍ରାଦ୍ଧ ବାର୍ଷିକରେ ଅନୁଷ୍ଠିତ ହେବ । ଏଥିରେ ଦେଶରେ ଏପରି ବ୍ୟକ୍ତିଙ୍କ ଏହି ପୁରସ୍କାର ପ୍ରଦାନ କରାଯିବ, ଯିଏ ତାଙ୍କ ପୂରା ଜୀବନ ଦେଶ ଏବଂ ସମାଜ ସେବାରେ ଉତ୍ସର୍ଗିକୃତ କରିଥିବେ । ତେବେ ଏହି ବର୍ଷ ଲତା ଦୀନାନାଥ ମଙ୍ଗେସକର ପୁରସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିବ ।

ପରିବାର ଲୋକଙ୍କ ଏକ ବୈଠକ ପରେ ଏହି ପୁରସ୍କାରର ପ୍ରଥମ ବିଜେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଘୋଷଣା ହୋଇଥିଲା । ସେ ହେଉଛନ୍ତି ଆମର ସମସ୍ତଙ୍କର ପ୍ରିୟ ନେତା । ସେ ଜଣେ ଆନ୍ତର୍ଜାତୀୟ ରାଜନେତା । ଯିଏ ଭାରତକୁ ବିଶ୍ୱର ନେତା ଭାବରେ ଠିଆ କରିଛନ୍ତି । ତାଙ୍କର ପ୍ରେରଣାରେ ବର୍ତ୍ତମାନ ଭାରତର ପ୍ରଗତି କରୁଛି । ସେ ଭାରତର ଗୌରବାଶାଳୀ ଇତିହାସକୁ ଫେରାଇ ଆଣିବାକୁ ସଦା ପ୍ରୟାସ ଜାରି ରଖିଛନ୍ତି ବୋଲି ଲତାଙ୍କ ପରିବାର ଲୋକେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ମହାନ ଗାୟିକା ଲତା ମଙ୍ଗେସକରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ମୁମ୍ବାଇ ଆସିଥିଲେ । ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଏକ ମାର୍ଗକୁ ଲତା ମଙ୍ଗେସକରଙ୍କ ନାମରେ ନାମିତ ଘୋଷଣା କରିଥିଲେ ।

 

Get real time updates directly on you device, subscribe now.