fbpx

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ଜେପି ନଡ୍ଡା

ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବର୍ତ୍ତମାନ ସେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିସାରିଛନ୍ତି । ପ୍ରଥମେ ସେ କନ୍ଧମାଳ ଓ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ଅନୁଷ୍ଠିତ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ ସାଧାରଣ ସଭାରେ ଯୋଗ ଦେଇ ୨୦୨୪ ନିର୍ବାଚନ ଲଢେଇ ପାଇଁ ନେତାଙ୍କୁ ଗୁରୁମନ୍ତ୍ର ଦେବେ ।

କନ୍ଧମାଳ ସଂସଦୀୟ କ୍ଷେତ୍ର ଡ଼ୁମୁଡ଼ିବନ୍ଧ ଓ ପୁରୀ ସଂସଦୀୟ କ୍ଷେତ୍ରର ବାଣପୁର ସାଧାରଣ ସଭାରେ ଯୋଗଦେବେ । ତୁମୁଡ଼ିବନ୍ଧ ମିନି ଷ୍ଟାଡିୟମରେ ସାଧାରଣ ସଭାରେ ଉଦବୋଧନ ଦେବେ । ସେହିପରି ଜଳେଶପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ମାଲ୍ୟାର୍ପଣ ଏବଂ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ଛାତ୍ରୀ ନିବାସ ଉଦଘାଟନର ମଧ୍ୟ କାର୍ଯ୍ୟକ୍ରମ ରହିଛି । ପରେ ପୁରୀ ଲୋକସଭାର ବାଣପୁର ପଲଟନ ପଡିଆରେ ସାଧାରଣ ସଭାରେ ଯୋଗ ଦେବେ ।

ସେହିପରି ମାଁ ଭଗବତୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ବିଜେଡି ସରକାର ବିରୋଧୀ ମାହୋଲ ସୃଷ୍ଟି କରିବା ଓ କେନ୍ଦ୍ର ସରକାରଙ୍କ ସୁଫଳ ଯୋଜନା ତଳସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବେ ନଡ୍ଡା । ପୂର୍ବରୁ ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସି ନଡ୍ଡା ସରକାରଙ୍କ ଉପରେ ବର୍ଷିଥିଲେ । ଏଥର ଆଭିମୁଖ୍ୟ ସେହିଭଳି ରହିବ ନା ଆହୁରି କଡ଼ା ହେବ ତାକୁ ନେଇ ଚର୍ଚ୍ଚା କରାଯାଉଛି ।

Get real time updates directly on you device, subscribe now.