fbpx

ରିସର୍ଚ୍ଚରୁ ବଡ ଖୁଲାସା: Contact Lens ପିନ୍ଧୁଥିଲେ ହୋଇପାରେ କ୍ୟାନ୍ସର ଭଳି ରୋଗ; ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଆକର୍ଷଣୀୟ ଲୁକ ଏବଂ ସୁନ୍ଦର ଦିଶିବା ପାଇଁ ବର୍ତ୍ତମାନ ଅଧିକାଂଶ ଲୋକ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି । ଆଖିରେ ପାୱାର କମ୍ ହେଲେ କିମ୍ବା ଅଧିକ ହେଲେ ଚଷମା ପିନ୍ଧିବା ପରିବର୍ତ୍ତେ କଣ୍ଟାକ୍ଟ ଲେନ୍ସ ଲଗାଇବାକୁ ବେଶୀ ଉତ୍ସାହ ଦେଖାଉଛନ୍ତି ଯୁବପିଢୀ । କିନ୍ତୁ ଏହି କଣ୍ଟାକ୍ଟ ଲେନ୍ସ ଆପଣଙ୍କ ପାଇଁ ବଡ ବିପଦର କାରଣ ପାଲଟିପାରେ । ଏହି ଲେନ୍ସ ପାଇଁ ଭୟଙ୍କର ଆପଣ କର୍କଟ ରୋଗର ମଧ୍ୟ ଶିକାର ହୋଇ ପାରନ୍ତି ।

Contact Lenses Do's and Don'ts for First Time Wearers - Indian Retailer

ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, କଣ୍ଟାକ୍ଟ ଲେନ୍ସରେ କ୍ୟାନ୍ସରର ତତ୍ତ୍ୱ ରହିଛି । କ୍ୟାନ୍ସର ସୃଷ୍ଟି କରୁଥିବା ଭଳି କିଛି ବିଷାକ୍ତ ରାସାୟନିକ ପଦାର୍ଥ ଆମେରିକାରେ ପ୍ରସ୍ତୁତ ହେଉଥିବା ଏହି ସଫ୍ଟ କଣ୍ଟାକ୍ଟ ଲେନ୍ସରେ ରହିଥାଏ ବୋଲି ଜାଣିବାକୁ ମିଳିଛି । ଏହି ରିସର୍ଚ୍ଚରେ ୧୮ ଜଣ ଲୋକପ୍ରିୟ କଣ୍ଟାକ୍ଟ ଲେନ୍ସକୁ ନେଇ ଅଧ୍ୟନ କରାଯାଇଥିଲା । ଏଥିରେ ବହୁ ମାତ୍ରାରେ ଅର୍ଗାନିକ ଫ୍ଲୋରିନଳ ପ୍ରି-ଆଣ୍ଡ ପଲିଫ୍ଲ୍ୟୁରୋଆଲକାଇଲ ପଦାର୍ଥ ଚିହ୍ନଟ କରାଯାଇଛି । ଏହି ପିଏଫଏ ୧୪ ହଜାର ରସାୟନିକ ପଦାର୍ଥ ଶ୍ରେଣୀର, ଯାହାକୁ ବିଭିନ୍ନ ଉତ୍ପାଦକୁ ପାଣି ଏବଂ ଗରମକୁ ବଞ୍ଚାଇବା ପାଇଁ ବ୍ୟବହାର କରାଯାଇଥାଏ । ତେବେ ଏହି କେମିକାଲ ସହଜରେ ନଷ୍ଟ ହୋଇନଥାଏ, ତେଣୁ ଏହାକୁ ଫରଏଭର କେମିକାଲ ବୋଲି କୁହାଯାଏ ।

Get real time updates directly on you device, subscribe now.